।। ଭ୍ରାମ୍ୟମାଣ ପ୍ରସବ ଯାନ ର ଶୁଭାରମ୍ଭ ।।

Jul 22, 2024 - 20:36
 0  24
।। ଭ୍ରାମ୍ୟମାଣ ପ୍ରସବ ଯାନ ର ଶୁଭାରମ୍ଭ ।।

ନୂଆପଡା: ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା, ହେଲେ ଆଜି ଯାଏ ଶିଶୁ ଓ ମାତୃ ମୃତ୍ୟୁ ହ୍ରାସ ହୋଇ ନ ଥିବା ବେଳେ ଦୂରଦୃଷ୍ଟି ରେ ରଖ୍ ନୀତି ଆୟୋଗ ଏବଂ ବଞ୍ଜାରୀ ଅକ୍ଷମ ସେବା କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ର ଉପାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ର ପ୍ରସୂତି ଏବଂ ଗର୍ଭବତୀ ଗାଁ ମାନଙ୍କ ଉନ୍ନତ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଭଇସାଦାନୀ ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ପ୍ରଶାସନ ଏବଂ ବଞ୍ଜାରୀ ଅକ୍ଷମ ସେବା କେନ୍ଦ୍ର ଦ୍ବାରା ଉପାନ୍ତ ଅଞ୍ଚଳ ଭଇସାଦାନି ଠାରେ ସୁରକ୍ଷିତ ପ୍ରସବ ଏକ ମାତ୍ର ଲକ୍ଷ ନେଇ ଭ୍ରାମ୍ୟମାଣ ପ୍ରସବ ଯାନ ର ଶୁଭାରମ୍ଭ ହୋଇଯାଇଛି । ସୁରକ୍ଷିତ ପ୍ରସବ ଏକମାତ୍ର ଲକ୍ଷ ନେଇ ଭ୍ରାମ୍ୟମାଣ ପ୍ରସବ ଯାନ ଅଗମ୍ୟ ଦୁର୍ଗମ ଅଞ୍ଚଳରେ ଯାତାୟାତ କରି ମାଗଣାରେ ଚିକିତ୍ସା, ମାଗଣାରେ ଆବଶ୍ୟକ ପରୀକ୍ଷା, ପ୍ରସବ, ଆବଶ୍ୟକ ଔଷଧ ସାମଗ୍ରୀ, ଅଭିଜ୍ଞ ସ୍ଵାସ୍ଥ୍ୟ କର୍ମୀଙ୍କ ସୁବିଧା ଉପଲବ୍ଧ ହେବ । ଜନସାଧାରଣଙ୍କ ପାଇଁ ସୁବିଧା ରହିଛି । ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବ ସହ, ଗାଁ ଓ ଶିଶୁ ମୃତ୍ୟୁ ହାର ରୋକିବା ର ପ୍ରୟାସ ରହିଛି । ବିଶିଷ୍ଟ ଅତିଥି ଭାବେ ବୋଡେନ ବିଡିଓ ପ୍ରିୟରଞ୍ଜନ କୁମାର ଓ ମୁଖ୍ୟ ଅତିଥ୍‌ ଭାବରେ ବୋଡ଼େନ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ ସଞ୍ଜୀବ କୁମାର ନାଏକ ଯୋଗଦାନ କରି ସବୁଜ ପତାକା ଉଡାଇ ପ୍ରସବ ଯାନ ର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥ୍‌ ଭାବେ ବୋଡ଼େନ ବ୍ଲକ ସାମ୍ବାଦିକ ସଂଗଠନର ସଭାପତି ବିଶିକେସନ ପଣ୍ଡା, ବି.ପି.ଏମ.ଅକ୍ଷୟ ମିଶ୍ର, ସିଡ଼ିପିଓ ଇନ୍ ଚାର୍ଜ ଅହଲ୍ୟା ଜଗତ, ମେଡିକାଲ ଅଫିସର ଭଇଁସାଦାନି ଦୁଷ୍ମନ୍ତ ସୁନାନି, ସ୍ଥାନୀୟ ସରପଞ୍ଚ ଗିରିଜା ମାଝୀ, ବାକ୍ସ ସଭାପତି ଗୋପାଳ ଚନ୍ଦ୍ର ଦାସ ଓ ବଞ୍ଜାରୀ ଅକ୍ଷମ ସେବା କେନ୍ଦ୍ର ଚେୟାରମେନ ଅଶୋକ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଞ୍ଜାରୀ ଅକ୍ଷମ ସେବା କେନ୍ଦ୍ର ସଂଯୋଜକ ଓ ସ୍ବାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ