ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

Apr 25, 2026 - 21:41
 0  1
ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ

ମାଲକାନଗିରି, ୨୫/୦୪: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ମାଲକାନଗିରି ସ୍ଥିତ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟେସନ ଅଧକ୍ଷ ଡଃ ଶିବ ନାରାୟଣ ପାତ୍ରଙ୍କ ତରଫରୁ ଶ୍ରୀକାକୁଲମ ସ୍ଥିତ ଗ୍ରେଟ୍ ଇଷ୍ଟର୍ନ ମେଡିକାଲ୍ ସ୍କୁଲ ଓ ହସ୍ପିଟାଲ୍ ସହ ସହବନ୍ଧିତ ହୋଇ ବାଲିମେଳା ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ମାଗଣା ମେଗା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଯେଉଁଠି ଆଖି, ହୃଦୟ, ସଧାରଣ ରୋଗ, ହାଡ, ଶିରା ପ୍ରଶିରା ସହ ଅନ୍ଯ ସବୁ ରୋଗର ଚିକିତ୍ସା ହୋଇଥିଲା। ମାଗଣା ଓଷଧ ସହ ରକ୍ତଚାପ, ସୁଗର ସ୍କ୍ରିନିଂ, ୨ଡି ଇକୋ ଓ ଇ ସି ଜି ମଧ୍ୟ ମାଗଣାରେ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ଥାନା ଉପ ଅଧିକାରୀ ଶ୍ରୀଯୁକ୍ତ ଅଜିତ୍ ସିଂ ବରିହା ଓ ଗ୍ରେଟ୍ ଇଷ୍ଟର୍ନ ମେଡିକାଲ୍ ସ୍କୁଲ ଓ ହସ୍ପିଟାଲର ଡିଜୀଏମ୍ ଏସ କେ ମୋହନଙ୍କ କରକମଳରେ ପ୍ରଥମେ ଭଗବାନ୍ ଶ୍ରୀ ଜଗନ୍ନାଥଙ୍କ ଠାରେ ପୁଷ୍ପ ଅର୍ପଣ କରିବା ପରେ ଯାଇ କାର୍ଯ୍ଯକ୍ରମ ଆରମ୍ଭ ହେଇଥିଲା। ବାଲିମେଳା ଭଳି ଯାଗାରେ ମେଡିକାଲ୍ ଥାଇ ମଧ୍ୟ ନଥିବା ସହ ସମାନ। ଏହା ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥଲେ ଏହାର ଜନସଂଖ୍ୟା ହିସାବରେ ଡକ୍ଟରଙ୍କ ଅଭାବ। ଜଣେ ହିଁ ଡକ୍ଟର ସେ ସବୁ କିଛି। ନା ଭଲ ଡକ୍ଟର ଅଛନ୍ତି ନା ଭଲ ଚିକିତ୍ସା ମିଳୁଛି। କିଛି ଅସୁବିଧା ହେଲେ ମାଲକାନଗିରି ବା ଆନ୍ଧ୍ର ମେଡିକାଲ୍ ହିଁ ସାହା ଭରସା। ଏହିପରି ପରିସ୍ଥିତିରେ ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟେସନର ଏହି ପଦକ୍ଷେପ ବାଲିମେଳା ବାସୀଙ୍କ ପାଇଁ ଏକ ବରଦାନ ସଦୃଶ୍ୟ। ଯାହାର ଝଲକ୍ ଆଜି ଦେଖିବାକୁ ମିଳିଛି। ପ୍ରାୟ ୩୫୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ବୟସ୍କାଧିକ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଥିଲା। ସଧାରଣ ରୋଗଟିଏ ହୋଇଥିଲେ ମଧ୍ୟ ସଠିକ୍ ଚିକିତ୍ସା ପାଇବା ଯେଉଁଠି କଷ୍ଟସାଧ୍ୟ ସେହିଭଳି ଯାଗାରେ ଶ୍ରୀକାକୁଲମ ସ୍ଥିତ ଗ୍ରେଟ୍ ଇଷ୍ଟର୍ନ ମେଡିକାଲ୍ ସ୍କୁଲ ଓ ହସ୍ପିଟାଲର ଛଅ ଜଣିଆ ଡକ୍ଟର ଟିମ୍ ଆସି ମାଗଣା ଚିକିତ୍ସା ସେବା ସହ ମାଗଣାରେ ଔଷଧ ମଧ୍ୟ ଦିଆଯାଇଥିଲା । ସୂଚନନୁଯାୟୀ ଗତ ଡିସେମ୍ବର ମାସରେ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଉତ୍ତମ୍ ମାଲିକ୍ କଲେଜରେ କ୍ୟାନ୍ସର ସ୍କ୍ରିନିଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା ସେହିପରି ଜାନୁୟାରୀ ମାସରେ ମଧ୍ୟ ବିଜୟୱାଡା ଅନୁ ଓମେଗା ମେଡ଼ିକାଲ୍ ସହ ସହଭାଗିତାରେ ମଲ୍ଟି ରୋଗ ଚିକିତ୍ସା ଶିବିର କରାଯାଇଥିଲା। ଏବେ ଏହା ତୃତୀୟ ଥର ଗ୍ରେଟ୍ ଇଷ୍ଟର୍ନ ମେଡିକାଲ୍ ସ୍କୁଲ ଓ ହସ୍ପିଟାଲ୍ ର ସହଯୋଗରେ ବାଲିମେଳା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆମ କଲେଜ୍ ତରଫରୁ ଆଗକୁ ଏହିପରି କାର୍ଯ୍ୟ ପାଇଁ ଆମର ପ୍ରୟାସ ଜାରୀ ରହିବ ବୋଲି ଚେୟାରମ୍ୟାନ ଡଃ ଉତ୍ତମ ମାଲିକ୍ ଜଣାଇଛନ୍ତି। ଏହିଭଳି ଏକ ମହତ୍ କାର୍ଯ୍ୟପାଇଁ ବାଲିମେଳା ବାସୀ ଧନ୍ଯବାଦ ଜଣାଇଛନ୍ତି। ଉତ୍ତମ ମାଲିକ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟେସନର ଚେୟାରମ୍ୟାନ ଡଃ ଉତ୍ତମ ମାଲିକ୍ ଓ ଅଧକ୍ଷ ଡଃ ଶିବ ନାରାୟଣ ପାତ୍ରଙ୍କ ତରଫରୁ ସମସ୍ତ ବାଲିମେଳା ବାସି, ଓର୍କେଲ ଥାନା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁରୁଜି, ଗୁରୁମା ଓ ସହଯୋଗ କରିଥିବା ଶ୍ରୀଯୁକ୍ତ ଟିଟୁ ପାତ୍ର, ପ୍ରଶାନ୍ତ କୁମାର ଚର୍ଚ୍ଚି, ଆଲୋକ ଚନ୍ଦ୍ର ସ୍ୱାଇଁ, ଅନିଲ କୁମାର ପଟ୍ଟନାୟକ, ମୁରଲୀ କ୍ରିଷ୍ଣା ପଟ୍ଟନାୟକ ଓ ବି ଅରୁଣ ପାତ୍ରଙ୍କୁ ଧନ୍ଯବାଦ ଜଣାଇଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ