ବିଜେଡିକୁ ଝଟକା! ଦଳର ପ୍ରାଥମିକ ସଦସ୍ୟତା ଓ ପଦବୀରୁ ଇସ୍ତଫା ଦେଲେ ସୁବ୍ରତ ଓ ମାନସ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ବିଜୁ ଜନତା ଦଳ (ବିଜେଡି)କୁ ଲାଗିଛି ଆଉ ଏକ ଝଟକା। ଦଳୀୟ ସାଂଗଠନିକ ପରିସ୍ଥିତି ଓ ରାଜନୈତିକ ଗତିବିଧିକୁ ନେଇ ଅସନ୍ତୋଷ ପ୍ରକାଶ କରି ଦଳର ପ୍ରାଥମିକ ସଦସ୍ୟତା ସହ ନିଜ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବିଜେଡିର ଦୁଇ ଯୁବ ନେତା। ଇସ୍ତଫା ଦେଇଥିବା ନେତା ହେଲେ ନଗର ଯୁବ କାର୍ଯ୍ୟକାରୀ ସଭାପତି ସୁବ୍ରତ କୁମାର ପ୍ରଧାନୀ ଏବଂ ନଗର ଯୁବ ସଭାପତି ମାନସ ରଞ୍ଜନ ଅମାୟତ। ଉଭୟ ନେତା ନଭେମ୍ବର ୨୨ ତାରିଖରେ ବିଜେଡିର ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ଲିଖିତ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଇସ୍ତଫାପତ୍ରରେ ସେମାନେ ଦୀର୍ଘଦିନ ଧରି ଦଳର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସାଂଗଠନିକ ଓ ଦଳୀୟ କାର୍ଯ୍ୟକ୍ରମରେ ନିଜର ଯୋଗଦାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତେବେ ବର୍ତ୍ତମାନର ସାଂଗଠନିକ ପରିସ୍ଥିତି ଏବଂ ନିଜସ୍ୱ ରାଜନୈତିକ ବିଚାରଧାରାକୁ ଦୃଷ୍ଟିରେ ରଖି ଦଳରୁ ଅଲଗା ହେବାର ନିଷ୍ପତ୍ତି ନେଇଥିବା ସେମାନେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0