ବାଲନ୍ଦାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଙ୍କ ଦବଙ୍ଗଗିରି..ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର
କନ୍ଧମାଳ:୨୬/୦୯/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବାଲନ୍ଦାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଅପରାହ୍ନ ସମୟରେ ଜନ ଅଧିକାର ପେପର୍ ପ୍ରତିନିଧି ଯେତେବେଳେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ କିଛି ରୋଗି ସେଥିରେ ଚିକିତ୍ସା ହେଉଥିବା ଦେଖିଥିଲେ l ସେହି ସମୟରେ ଭଲରେ ଚିକିତ୍ସା କରି ଭଲ ଔଷଧ ଦିଅନ୍ତୁ ବୋଲି କହିଥିବା ସମୟରେ ଏବେ ନୂଆ ଜୈନ କରିଥିବା କର୍ମଚାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୃବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି l ଏଠି ପ୍ରଶ୍ନ ଉଠୁଛି ଜଣେ ସାମ୍ବାଦିକ ସହିତ ଯଦି ଏମିତି ବ୍ୟବହାର ହେଉଛି ହେଲେ ସାଧାରଣ ଲୋକଙ୍କ ସହିତ କଣ ହେଉନଥିବ l ଏନେଇ ଜନସାଧାରଣ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଉପରିସ୍ଥ ଅଧିକାରୀ ଙ୍କୁ ବିନମ୍ର ଅନୁରୋଧ କି ତୁରନ୍ତ ଏନେଇ ତଦନ୍ତ କରିବା ସହିତ ଦୁର୍ବ୍ୟବହାର କରିଥିବା କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଇଛି। ଏହାର ସଠିକ୍ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଆଗାମୀ ଦିନରେ ଏପରି ସମସ୍ୟା ହେଲେ ଆନ୍ଦୋଳନ ହେବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0