ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-2026 ରେ 3,25,37,000/- ଟଙ୍କା ଓ 5227 ମାମଲା ର ଆପୋଷ ସମାଧାନ

Sep 12, 2026 - 19:50
 0  30
ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-2026 ରେ 3,25,37,000/- ଟଙ୍କା ଓ  5227 ମାମଲା ର ଆପୋଷ ସମାଧାନ

ନୂଆପଡା: ୧୨/୦୯/ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରା ଙ୍କ ଅଧ୍ୟକ୍ଷତା ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍, ଖଡ଼ିଆଳ ଇଶା ପତି, ନିବନ୍ଧକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ଜେ.ଏମ.ଏଫ଼୍.ସି, କୋମନା ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏଫ.ସି, ସିନାପାଲି ପ୍ରଜ୍ଞା ପାରମିତା ମହାନ୍ତି, ଜେ.ଏମ.ଏଫ୍.ସି, ଖଡ଼ିଆଳ ସମିକ୍ଷା ସା, ଜେ.ଏମ.ଏଫ୍.ସି, ବୋଡେନ, ରାଜେଶ କୁମାର ଦାସ, ଜେ.ଏମ୍. ଏସ୍.ସି, ନୂଆପଡ଼ା କାହ୍ନୁ କିସ୍କୁ ଏବଂ ବିଭିନ୍ନ ରାଜସ୍ୱ ଅଧିକାରୀ ଓ ଖାଉଟି ଅଦାଲତ ଅଂଶଗ୍ରହଣ କରି ୫,୦୭୮ ଗୋଟି ବିଭିନ୍ନ ମାମଲା ଯଥା ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଖାଉଟି ମାମଲା ଓ ରାଜସ୍ବ ମାମଲାଗୁଡ଼ିକର ବିଚାର କରାଯାଇ ଥିଲା ଏବଂ ୩,୨୫,୩୭,୦୦୦/- ଟଙ୍କା ଆପୋଷ ସମାଧାନ କରାଯାଇଅଛି। ସେହିପରି ବିଭିନ୍ନ ବ୍ୟାଙ୍କ୍, ପରିବହନ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ଅଂଶଗ୍ରହଣ କରି ୧୪୯ ଗୋଟି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ୍ ଶୁକ୍ଳ ଦେୟ ମାମଲାଗୁଡ଼ିକର ଆପୋଷ ବୁଝାମଣା ରେ ସମାଧାନ ହୋଇ ୨୧,୩୦,୨୬୬/- ଟଙ୍କା ଆଦାୟ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଲୋକ ଅଦାଲତର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅଧିକରୁ ଅଧିକ ମାମଲାର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଚାର ଜିଲ୍ଲା ସାରା କରାଯାଇଥିଲା। ଏହି କ୍ରମରେ ବିଦ୍ୟୁତ୍ ବିଭାଗର ଗାଡ଼ି ସହାୟତାରେ ଲୋକ ଅଦାଲତ ଆୟୋଜନ ବିଷୟରେ ବିପୁଳ ପ୍ରଚାର କରାଯିବା ସହିତ ଅଧିକାର ମିତ୍ରଙ୍କ ମାଧ୍ୟମରେ ବିଭିନ୍ନ ସାପ୍ତାହିକ ବଜାର ତଥା ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ରାଷ୍ଟ୍ରୀୟ ଲୋକ ଅଦାଲତ ସମ୍ବନ୍ଧୀୟ ଲିଫ୍ଲେଟ ବଣ୍ଟନ କରାଯାଇଥିଲା ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ