ତୁତୁଲୁବାରେ ଶୁଭାରମ୍ଭ ହେଲା ଏକଲବ୍ୟ ବିଦ୍ୟାଳୟ
ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ତୁତୁଲୁବାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ରବିବାର ଶୁଭାରମ୍ଭ ହୋଇଛି। ଜନଜାତି ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା, ବିଡିଓ ବନବିହାରୀ ହରପାଲ, ଅତିରିକ୍ତ ତହସିଲଦାର ବ୍ଲୁଚୁଙ୍ଗ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରବିନ୍ଦ୍ର ପାତ୍ର, ଝିଲି ଦଳପତି, ବାବୁଲା ମାଝୀ, ଧର୍ମପଦ ନାୟକ ଓ ବରିଷ୍ଠ ବିଜେପି ନେତା ନେତ୍ର ମାନସେଠ ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୨ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଏହି ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ତେବେ ପାନୀୟ ଜଳ ଓ ବ୍ୟବହାରିକ ଜଳର ବ୍ୟବସ୍ଥା ହୋଇନଥିବାରୁ ସେମାନେ ବାଲିଗୁଡ଼ା ବ୍ଲକ ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି। ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହେଲେ ତୁତୁଲୁବାରେ ପୂର୍ଣ୍ଣାଙ୍ଗ ଭାବେ ବିଦ୍ୟାଳୟ ଚାଲିବ ବୋଲି ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା କହିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0