।। ଝାରସୁଗୁଡ଼ା ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।।

ଓଡ଼ିଶାରେ_ମାଫିଆ_ରାଜ’ ଝାରସୁଗୁଡ଼ା ଲଇକେରାରେ ବିଜେପିର ମାରାଥନ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗୋଟିଏ ପଟେ ଦେଶ ମୋଦିଙ୍କ ନେତୃତ୍ୱରେ ଆଗକୁ ବଢ଼ୁଛି, ହେଲେ ଏଠି ୨୩ ବର୍ଷ ହେଲା ଗୋଟିଏ ସରକାର କ’ଣ କରୁଛି ବୋଲି ପ୍ରଶ୍ନ କଲେ ।ମୋଦି ସରକାରଙ୍କ ଯୋଜନାକୁ ଲାଗୁ ନ କରି ଏଠି ଲୁଟ୍ କରାଯାଉଛି । ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ୩୩% ଜଳସେଚନ କରିବେ । କେତେ ପ୍ରତିଶତ ଜମି ପାଇଁ ଜଳସେଚନ ହୋଇଛି ଜବାବ ଦିଅନ୍ତୁ । ଗୋଟିଏ ପଟେ ନୂଆ ଭାରତ ନିର୍ମାଣ ଚାଲିଛି, ହେଲେ ଓଡ଼ିଶାରେ ଚାଲିଛି ଗୁଣ୍ଡାରାଜ lତଥ୍ୟ ଅନୁସାରେ ଦେଶରେ ସବୁଠୁ ଅଧିକ ହିଂସା ଓଡ଼ିଶାରେ ବଢ଼ିଛି । ଯୋଗୀଙ୍କ ନେତୃତ୍ୱରେ ୟୁପିରେ ମାଫିଆ ସଫା ହୋଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ମାଫିଆ ରାଜ ବଢ଼ି ଚାଲିଛି । ଏଠାକାର ନେତା ମନ୍ତ୍ରୀ ଦୁର୍ନୀତି, ଦୁଷ୍କର୍ମ, ଭ୍ରଷ୍ଟାଚାର, ହତ୍ୟାରେ ଲିପ୍ତ । ୨୦୨୪ରେ ପୁଣି ମୋଦି ସରକାର, ଆଉ ଓଡ଼ିଶାରେ ଡବଲ ଇଞ୍ଜନ ସରକାର’ l
What's Your Reaction?






