ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ:ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ଓ କାର୍ଯ୍ୟପ୍ରଣାଳୀ, ମାଗଣା ଆଇନ ସେବା ଇତ୍ୟାଦି ବିଷୟରେ ଆଲୋଚନା
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କୋମନା ସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକ ରବିନ୍ କୁମାର ରଥ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଭାତ କୁମାର ପଣ୍ଡା, ଦରବାର ସାହିତ୍ୟ ସଂସଦ ର ବୈଦେହୀ ସେଠୀଆ, ମହାବିଦ୍ୟାଳୟର ଅଧ୍ୟାପକଗଣ, ଛାତ୍ରଛାତ୍ରୀ ଏବଂ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଅନ୍ତର୍ଜାତୀୟ ଯୁବ ଦିବସ ପାଳନର ମହତ୍ତ୍ୱ, ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ର ଭୂମିକା, ସାମାଜିକ ଗଣମାଧ୍ୟମ ର ସଦୁପଯୋଗ, ଆଇନ ସେବା ଅଧିନିୟମ, ୧୯୮୬, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭୂମିକା ଓ କାର୍ଯ୍ୟପ୍ରଣାଳୀ, ମାଗଣା ଆଇନ ସେବା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ସେ ମଧ୍ୟ ସଶକ୍ତ ଯୁବା, ସଶକ୍ତ ଭାରତର ନାରା ଦେବା ସହିତ ଭାରତରେ ଏକ ନିଶାମୁକ୍ତ ଯୁବକ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଏହା ବ୍ୟତୀତ ସେ ଜାତୀୟ ଆଇନ ସେବା ପ୍ରାଧୀକରଣ ଙ୍କର ragging ବିଷୟରେ ଛାତ୍ର ସଚେତନତା ସଂସାଧନ, 2026 ଅନୁଯାୟୀ ପ୍ରତ୍ୟେକ ମହାବିଦ୍ୟାଳୟ ରେ Anti-Ragging Squad ଗଠନ କରିବା ଆବଶ୍ୟକ ଓ ନିଜ ଅନୁଷ୍ଠାନ ରେ ragging ର ଶିକାର ହୋଇଥିବା ପୀଡ଼ିତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଯୋଗ କରି ନ୍ୟାୟ ମାଗିବା ତାଙ୍କର ଆଇନ ଗତ ଅଧିକାର ବୋଲି କହି ସଚେତନ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0