ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Nov 28, 2026 - 12:17
 0  1
ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ମାଲକାନଗିରି,୨୭/୧୧: ଆଜି ମାଲକାନଗିରି ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଜିଲ୍ଲା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଆସିଥିବା ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ କୋର୍ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ସଂଘର ସହସମ୍ପାଦକ ଭଗବାନ ସାହୁ ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ସଂଘର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ବୈଠକରେ ଆଗାମୀ ଦିନରେ ଜଗତସିଂହପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ପାଇଁ ସର୍ବସମ୍ମତିକ୍ରମେ ସଦସ୍ୟ ଚୟନ କରାଯାଇଥିଲା। ଏଥିସହ ଜିଲ୍ଲାରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ, ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଘକୁ ମିଳିଥିବା ଜମିରେ ନିଜସ୍ୱ କାର୍ଯ୍ୟାଳୟ ଭବନ ନିର୍ମାଣ ଏବଂ ସଂଘ କାର୍ଯ୍ୟରେ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ସଦସ୍ୟମାନଙ୍କୁ ସଂଘରୁ ବାଦ୍ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କିଛି ନିୟମିତ ଓ ସକ୍ରିୟ ସଦସ୍ୟ ଏମ୍ ଚନ୍ଦ୍ରା ରାଓ,ସୁଧାଂଶୁ ଶେଖର ମହାନ୍ତି ଙ୍କୁ ସଂଘର ସହସମ୍ପାଦକ ଏବଂ ଅପୂର୍ବ ଥଣ୍ଡର ଙ୍କୁ ଅଫିସ ସମ୍ପାଦକ ଭାବେ ନୂତନ ଦାୟିତ୍ୱ ଦିଆଯାଇଥିଲା। ସଂଘର କାର୍ଯ୍ୟକୁ ଅଧିକ ସୁସଂଗଠିତ ଓ ଶୃଙ୍ଖଳିତ କରିବା ସହ ଆଗାମୀ ଦିନରେ ସମସ୍ତ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ସଂଘ ଓ ବ୍ଲକ୍ ସଂଘ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମ୍ବାଦିକମାନଙ୍କ ଏକତା, ସଂଗଠନର ସୁଦୃଢ଼ତା ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନୂତନ ସଦସ୍ୟ ଭାବେ ବିଘ୍ନରାଜ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, କୋଷାଧକ୍ଷ ହୃଷିକେଶ ସେଠୀ, ଉପସଭାପତି ପ୍ରଶାନ୍ତ କୁମାର ସାହୁ, ବରିଷ୍ଟ ସଦସ୍ୟ ରତ୍ନାକର ଦାସ ମଞ୍ଚାସିନ ହୋଇଥିବା ବେଳେ ମୋନଜ କୁମାର ସହା, ଗୌରୀ ଶଙ୍କର ପଣ୍ଡା,ରାମ କୃଷ୍ଣ ଗୋଲିରୀ, ମରିନାଲ୍ ମଣ୍ଡଳ, ବାଦଲ ବିଶ୍ୱାଳ,ବିଦ୍ୟୁତ୍ ବୈରାଗୀ, ଟି ସତ୍ୟନାରାୟଣ ସୁବୁଦ୍ଧି, ପ୍ରଦୀପ ମହାରଣା, ପ୍ରଭାକର ସୁନା, ସୌରଭ ମଣ୍ଡଳ ଅବିନାଶ ବେହେରା ସମେତ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ରହିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ