।। ଆଗାମୀ ନିର୍ବାଚନ କୁ ନେଇ ପେଣ୍ଡାଜାମ ଗ୍ରାମରେ କଂଗ୍ରେସ କର୍ମୀ ମାନଙ୍କ ଆଲଚନା ।।

May 5, 2023 - 18:38
 0  105
।। ଆଗାମୀ ନିର୍ବାଚନ କୁ ନେଇ ପେଣ୍ଡାଜାମ ଗ୍ରାମରେ କଂଗ୍ରେସ କର୍ମୀ ମାନଙ୍କ ଆଲଚନା ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡୁମୁରିପଦର ପଞ୍ଚାୟତ ପେଣ୍ଡାଜାମ ଠାରେ କଂଗ୍ରେସ କର୍ମୀ ଏବଂ କଂଗ୍ରେସ ପ୍ରେମୀଙ୍କ ସହିତ ଆଗାମୀ ନିର୍ବାଚନ ଏବଂ ଦଳୀୟ ସଂଗଠନ ଉପରେ ଆଲୋଚନା କଲେ କଂଗ୍ରେସ ଦଳର ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀ ସମ୍ବା ପାଙ୍ଗି ଏବଂ ସ୍ଥାନୀୟ ଜିଲ୍ଲା ପରିଷଦ ଶ୍ରୀ ମିହିର କୁଲଦୀପ ଏବଂ ସେମିଲିଗୁଡା ଜିଲ୍ଲା ପରିଷଦ ଶ୍ରୀ ମହନ ଜାନୀଙ୍କ ବ୍ୟତୀତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ ।ଏଥି ମଧ୍ୟରୁ ଆଶାୟୀ ବିଧାୟକ ପ୍ରାର୍ଥୀ ସାମ୍ବା ପାଙ୍ଗି ତାଙ୍କ ଅଭି ଭାଷଣରେ ଆଗାମୀ ନିର୍ବାଚନ କୁ 7/8ମାସ ସମୟ ରହିଲା, କଂଗ୍ରେସ ସରକାରର ବିଭିନ୍ନ ଯୋଜନା କିପରି ଥିଲା ଏବଂ ବର୍ତ୍ତମାନ ସ୍ଥିତିରେ ଆମେ ଶାସକ ଦଳ ତଥା ବିଜେପି, ବିଜେଡି ସରକାର ରେ କେମିତି ଜନତା ହଇରାଣ ହେବାକୁ ପଡୁଛି ସରକାରୀ ଅଫିସ ରେ ପ୍ରତିଦିନ ଅଲ୍ପ କାର୍ଯ୍ୟ କୁ ନେଇ ବାରମ୍ବାର ଧାଇଁବାକୁ ପଡୁଛି, ସମ୍ବିଧାନ ଉପରେ ଆକ୍ରମଣ ହେଉଛି,ଦରଦାମ ବୃଦ୍ଧି ଦିନକୁ ଦିନ ହୁ ହୁ ହୋଇ ବଡୁଛି, ଯାହାକି ସାଧାରଣ ପରିବାର ଉପରେ ଭୋଝ ହେଉଛି ତେଣୁ ଆଗାମୀ ଦିନରେ ଯେଉଁ ନିର୍ବାଚନ ଅଛି କଂଗ୍ରେସ କୁ ଭୋଟ ଦେଇ ଆଣିବାକୁ ପଡିବ ତେଣୁ ଦଳୀୟ ସଂଗଠନ କୁ ମଜ୍ଭୁତ କରିବାକୁ ପଡିବ ବୋଲି କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ