ଆଇନ ସଚେତନତା ଶିବିର ଅନୁଷ୍ଠିତ

Jul 4, 2026 - 19:13
 0  1
ଆଇନ ସଚେତନତା ଶିବିର ଅନୁଷ୍ଠିତ

ବାରିପଦା - ତା :-୦୪/୦୭/୨୦୨୬ ରିଖ ଓଡିଶା ସୂଚନା ଅଧିକାର ଅଭିଯାନ, ମୟୁରଭଞ୍ଜ ଜିଲ୍ଲା ଶାଖା ଆନୁକୂଲ୍ୟରେ ମୋରଡା ବ୍ଲକ ଅନ୍ତର୍ଗତ ଘୋଳମୁହାଁ ପଂଚାୟତ ଅଧୀନନସ୍ଥ ଆଣୁଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ସଂସ୍ଥାର ଜିଲ୍ଲା ଆବାହକ ସନ୍ତୋଷ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସଦସ୍ୟ ମହେଶ୍ୱର ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋରଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଣାକର ନାୟକ ଏକ ସୁସ୍ଥ ସମାଜ ଗଠନରେ ଜନସାଧାରଣଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ I ମୁଖ୍ୟବକ୍ତା ଭାବେ ମୋରଡା ଥାନା ଏସ ଏଇ ନିବେଦିତା ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ମାନବାଧିକାର କର୍ମୀ ସଚିନ୍ଦ୍ର ନାଥ ସାହୁ, ସମ୍ମାନିତ ଅତିଥି ଭାବେ ଘୋଳମୁହାଁ ସରପଞ୍ଚ ବିରୁଆ ମୁର୍ମୁ, ଓସାର ସଦସ୍ୟ ଆଶିଷ କୁମାର ବଶା, ସମାଜସେବୀ ସୋମନାଥ ସିଂହ, ଜୟ ପ୍ରକାଶ ରାଉଳ, ଗୟା ପ୍ରସାଦ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପାଳ ଓ ଅଶ୍ୱନୀ କୁମାର ସେନାପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାର ମିତ୍ର ରବୀନ୍ଦ୍ର ମହାନ୍ତି, ନିଶାମୁକ୍ତ କେନ୍ଦ୍ର ଅଧ୍ୟକ୍ଷ ସୁବ୍ରତ ତରେଇ ପ୍ରମୁଖ ଉପସ୍ଥିତ ରହି ସୂଚନା ଅଧିକାର ଆଇନ ସମେତ ମାନବାଧିକାର, କିଶୋର ଓ କିଶୋରୀଙ୍କ ପାଇଁ ଆଇନ, ଶିଶୁ ସୁରକ୍ଷା ଆଇନ, ଭିଡ଼ ମଧ୍ୟରେ ହିଂସା ନିୟନ୍ତ୍ରଣ, ସାଇବର ଅପରାଧ, ଗୁଜବ ଓ ସାମାଜିକ କୁସଂସ୍କାର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ I ବହୁ ସଂଖ୍ୟାରେ ଅଂଚଳବାସୀ ଉପସ୍ଥିତ ଏହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରୁଥିବାର ଲକ୍ଷ୍ୟ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ